କି ସୁନ୍ଦର ଆକାଶ,
ଆକାଶ ଭିତରର
ଗୁପ୍ତନୀତି ବି।
ଧ୍ୟାନରେ ଥାଉ
ସବୁ ସଂପର୍କ।
ଯେତେବେଳେ
କରିବାକୁ ହେବ ଦୁଃଖ
ପଚାରିଥିବ କିଏ କିଏ
ନପୁଂସକ ଆଉ
ନିମକହାରାମ।
ଦେଖିଥିବ ଆଉ
ମାପିଥିବ ସ୍କେଲ ପକାଇ
ମହାନଦୀର ଗଭୀରତା ।
ବଡ କଥା ହେଉଛି
ଭଲ ପାଇବା, ଆଉ
ସେ ଭଲ ଭିତରେ
କିଏ କୋଉଠି
କେତେବେଳେ କୁଆଡେ
କଣ କରୁଛି, ଜାଣିବା।