ଏ ଫୁଲ ଫୁଟୁଛି
ସେ ଫୁଲ ଝଡୁଛି
ଝଡିବା ଆଉ ଫୁଟିବା ଭିତରେ
ରଙ୍ଗ ରୂପ ସବୁ ବଦଳୁଛି।
ସପନ ଆଉ ସକାଳ
ପୁଣି ପୁଣି ଆସୁଛି
ସବୁ ଆସିବା ଭିତରେ
କଣ କୋଉଠି ହେଉଛି।
ହେବା ଆଉ ନ ହେବାରେ
ଦୁଖସୁଖ ରହୁଛି
ରହିବା ଆଉ ନ ରହିବା ଭିତରେ
କିଏ କୋଉଠି ହଜୁଛି।
This poem has not been translated into any other language yet.
I would like to translate this poem