Stewardess of New Age—A poem by Denis Mair
Translated into ODIA by Bharati Nayak
ନବ ଯୁଗର ତତ୍ତ୍ଵବଧାୟିକା
ସମଦ୍ର ଲମ୍ଫ କରି ଉଡିଯାଉଥିବା ଆକାଶମୁଖୀ ଜେଟ ବିମାନରେ
ଥିଲା ତାଙ୍କ ଈର୍ଷା ଉଦ୍ରେକକାରୀ ଚାକିରି ।
ଶହେ ଟନର ବିମାନ ଟି
ତାର ଯାନ୍ତ୍ରିକ ବ୍ଲେଡରେ ଆକାଶର ଛାତିକୁ ଚିରିଦିଏ
ଆଉ ପବନ ବେଗରେ ଉଡିଯାଏ ।
ସେଇ ବିମାନ ପରିଚାରିକାଙ୍କ ବିମାନରେ
ଥିଲା ମୋର ସ୍ଵପ୍ନର ଉଡାଣ,
ମାତ୍ର
ତାର ଉଡାଣର ତୀବ୍ରଗତିର
ବହୁ ପଛରେ ପଡି ରହୁ ଥିଲା ମୋର ସ୍ଵପ୍ନ |
ସେ ଥିଲା ନୂତନ ଦର୍ଶନର ବିଶ୍ଵାସୀ,
ଅଦୃଷ୍ଟର ବିଚକ୍ଷଣ ହାତ ରେ
ଟେକି ଦେଇଥିଲା ତାର ଭାଗ୍ୟ ।
ସେ କହେ
ବିକ୍ଷୁବ୍ଧ ବାୟୁର ଅନ୍ୟ ନାମ
ଭାଙ୍ଗି ପଡୁଥିବା ବିଶ୍ଵାସ,
ତାର ଆତ୍ମା କିନ୍ତୁ, ଏଇ ଅସ୍ଥିରତାକୁ
ସହଜରେ ଜୟ କରିନବ ।
ମୁଁ ବିମାନଭିତରେ ଫିଙ୍ଗା ହୋଇଥିବା
ପଥରଟେ ପରି ବସି ରହିଥାଏ ।
ମୋ ଭଗ୍ନ ଛାତିରେ ସତେ ଅବା
ରାଡାରର ପରଦା,
ପ୍ରଳୟର ଆଶଙ୍କାରେ ତ୍ରସ୍ତ
ପୃଥିବୀ କେଉଁଠି ପଡିବ !
ବାହାରର ଦୃଶ୍ୟ ତୋଳେ
ମୋ ଛାତିରେ ଅନେକ ପ୍ରତିବିମ୍ବ
ଏହାହିଁ ମୋର ଆଧ୍ୟାତ୍ମିକ ମାର୍ଗ ।
ସେ କିନ୍ତୁ କେତେ ଶାନ୍ତ ତାର ଉଡାଣରେ!
ତା ଭିତରର ଇନ୍ଧନକୁ
ମୁଁ ଖୋଜିବାରେ ଲାଗି ପଡିଥାଏ,
ତାର ଶକ୍ତି- ପୂର୍ଣ ଧାତବ ଚେହେରା ଚକଚକ କରୁଥାଏ,
ଯେମିତି ଏକ ଉତ୍ସମାନ ଶକ୍ତିରେ
ବଳୀୟାନ ହୋଇ ଆଗକୁ ଉଡି ଯାଉଥାଏ ।
ମାତ୍ର ଆମେ ଯେତେବେଳେ
ପୃଥିବୀର ଅସ୍ଥିର ବାୟୁମଣ୍ଡଳରେ ପ୍ରବେଶ କଲୁ,
ମୁଁ ଏକ ଭୀଷଣ ଝଡ ଦାନା ବାନ୍ଧୁଥିବାର
ବାସ୍ନା ବାରିପାରିଲି ।
ସମୟକ୍ରମେ ବଡ ଜେଟ ତାର କ୍ଷିପ୍ରତା ହରାଉ ଥାଏ,
ଆଉ ପବନରେ ଠେଲି ହୋଇ
ଆଗକୁ ବଢୁଥିବା ବସ ପରି ମନେ ହେଊଥାଏ ।
ପାରିଚାରିକା ମୁହଁରେ ଶ୍ରାନ୍ତିର ରେଖା,
ମାତ୍ର ଆଖିରେ
ତା'ର ସେଇ ଦାମ୍ଭିକ ଅଭିବ୍ୟକ୍ତି,
କାହିଁକି ନ|
ସେ ଏବେବି ସ୍ଵର୍ଗୀୟ ସମୀକରଣରେ ବିଶ୍ୱାସ କରେ,
ଯେ ତା'ଡେଣାରେ ତାକୁ ଉଡାଇ ନେବ ଆଉ
ମିଶେଇ ଦେବ
ଅନିର୍ବଚନୀୟ ସ୍ଵର୍ଗୀୟ ନୀଳିମାରେ ।
The poem written by Denis Mair is truly and beautifully translated into Odia. This is an excellent poem. This reflects your high translation skill. To transport her on wings into heavenly blue spaces every effort is equated...10
Love this. I get the same feeling from new age spirituality, disembodied while flying high.
I don't know ODDIYA But I do know your worth you are also a devotee of our LORD KRISHNA HARE RAMA HARE KRISHNA I know you would have composed a song BUT ALSO GIVE THE ENGLISH ORIGINAL Ma'am
How can I read this mam? but I can something Beyond this poem
Thank you Vaidyanathan Ram Iyer for coming to my page and your interest in my poems.This poem is a translation of Denis Mair's poem 'Stewardess of New Age '.It can be found on Poem Hunter.
Thank you Prabir Gayen for kindly reading my poem and giving your valuable comment.I did not know that you could read Odia language.Mirabai (1498 to 1546) A.D. was a great devotee of Lord Krishna and her name is taken with reverence by Hindus.Her poems are devoted to Lord Krishna and are known as Mira Bhajans.Mira Bhajans have been made into songs and are very popular world wide.Any remote reference of my poems with that of Mira Bai is a matter of much pride for me.
This poem has not been translated into any other language yet.
I would like to translate this poem
You write like a mstic.... beautiful....