ଦକ୍ଷିଣ ଆଫ୍ରିକୀଅ କବୟିତ୍ରୀ ଆଦିଲା ଅକୂଙ୍କ ରଚିତ 'ଚଉପଦୀରେ ହଜି ଯାଇ ଥିବା' କବିତା ଗୁଚ୍ଛ ଏକ ଅତ୍ୟନ୍ତ ପ୍ରାଣସ୍ପର୍ଶୀ
ପ୍ରେରଣାଦାୟୀ ରଚନା ଯାହା ଅଶାର ପଥ ଦେଖାଏ ଓ ବେଦନା ର ଉପଶମ କରେ |
ଦୀର୍ଘ ଅଠର ବର୍ଷର ଅଵଧି ମଧ୍ୟରେ ରଚିତ ଏହି ସଙ୍କଳନ ଟି ଆତ୍ମାକୁ ଗଭୀରଭାବେ ଆନ୍ଦୋଳିତ କରିଦେବାଭଳି କେତୋଟି ନିର୍ବାଚିତ କବିତାରେ ପରିପୂର୍ଣ୍ଣ, ଯେଉଁଥିରେ ପ୍ରତିଟି କବିତା ରୋମାଣ୍ଟିକ ନୁହେଁ, ବରଂ କିଛି ପ୍ରଗଳ୍ଭ ନିରୋଳା ଅଭିଜ୍ଞତାର ସମାହାର |
2019 ମସିହାରେ ଭାରତୀ ନାୟକ ଡଡିଲା ଅକୁଙ୍କ ସ୍ଵାକ୍ଷର ବହନ କରୁଥିବା 'ଚଉପଦୀରେ ହଜି ଯାଇ ଥିବା' କବିତା ପୁସ୍ତକକୁ ପୁରସ୍କାର ଆକାରରେ ପାଇଲେ |ଏହି ବିଶେଷ ପୁସ୍ତକର ରୋମାଞ୍ଚକର ଯାତ୍ରା ଏହିଠାରୁ ଆରମ୍ଭ ହୁଏ |ଭୟଙ୍କର ମାହାବାତ୍ୟା ହେତୁ ପୁସ୍ତକଟିର ଯାତ୍ରା 76 ଦିନ ବିଳମ୍ବିତ ହେବାପରେ, ଶେଷରେ ଏହା ଭାରତୀଙ୍କ ହାତରେ ପଡେ |
ମାତ୍ର କାହାଣୀଟିର ଶେଷ ଏଇଠାରେ ହୁଏ ନାହିଁ |ପ୍ରତିଭାଧାରିଣୀ କବୟିତ୍ରୀ ଭାରତୀ, ଆଦିଲା ଆକୂଙ୍କର ଅତ୍ୟନ୍ତ ଭାବପୂର୍ଣ୍ଣ ଜୀବନ୍ତ କବିତାର ପ୍ରେମରେ ପଡି ଯାଆନ୍ତି, କାରଣ ସେ ତାଙ୍କ ଜୀବନର ଅଭିଜ୍ଞତା ଓ ବିଶେଷ କରି ନାରୀ ଜୀବନର ଅଭିଜ୍ଞତାସହ ଅନେକ ସାମଞ୍ଜସ୍ୟ ଏହି କବିତା ଗୁଡିକରେ ଖୋଜି ପାଆନ୍ତି |ମହାମାରୀ କୋଭିଡ 19 ଏବଂ 2020 ଲକ ଡାଉନ ଭିତରେ ସେ କବିତା ଗୁଡିକୁ ନିଜର ମାତୃଭାଷା ଓଡ଼ିଆ ରେ ଅନୁବାଦ କରିବା ଆରମ୍ଭ କରନ୍ତି |ଅନୁବାଦ 2020 ଶେଷ ଆଡକୁ ସମ୍ପୂର୍ଣ୍ଣ ହୁଏ |
ନିଜ ଭାଷାରେ ଭାରତୀ ଏହି ପୁସ୍ତକ ସମ୍ପର୍କରେ କହନ୍ତି, 'ଏହା ଏକ ଚମତ୍କାର ପୁସ୍ତକ ଯେଉଁଥିରେ ସନ୍ନିବେଶିତ ଏକ ପୁରୁଷ ପ୍ରାଧାନ୍ୟ, ବର୍ଣ୍ଣବୈଷମ୍ୟ ପୂର୍ଣ୍ଣ, ଧର୍ମାବଲମ୍ବୀ ଚାଳିତ ସମାଜର ଚିତ୍ର ଓ ତହିଁରେ ନାରୀର ସଂଘର୍ଷ ଓ ଯନ୍ତ୍ରଣାଏବଂ ପରିଶେଷରେ ବିଜୟର ଚିତ୍ରଣ |ପୁସ୍ତକଟିକୁ ଅନୁବାଦ କରିବା ସମୟରେ ମୁଁ ଅନୁଭବ କଲି, ଏହା କେବଳ ଆଦିଲା ଆକୂର
କଥା ନୁହେଁ |ଏହା ମୋର କଥା, କୋଟି କୋଟି ନାରୀର କଥା, ଏହା ଆମ ସଂଘର୍ଷର କଥା... '
I love the title, so I really want to see the English now. Three cheers to Bharati for reimagining the poem in Odia, one of the classical languages of India!
Thank you Denis Mair for your appreciation.In fact I can not publish the English version because I do not get permission from the Author Adiela Akoo, she being bound by a contract with the publisher.
This poem has not been translated into any other language yet.
I would like to translate this poem
'LOST IN A QUATRAIN'..., and found in Bharati's Odia translation!