1
ହଁ କବି,
ସତ କହୁଛି ଯାଇ ପଚାର
ହରଦାସକୁ
ଜଣା ଥିବ କବିତାକୁ ନେଇ
ସବୁ ହାଲଚାଲ!
ମୁଁ ଧାର୍ ଧାରେ ନା କବିତାର,
ସନ୍ଦେହ ଯଦି ବୁଝିପାର ଯାଇ
ରାଜେନ୍ଦ୍ର ପାଖକୁ!
ମୋ ଭାରତ କିନ୍ତୁ ମୋଠି
ମୋ ତପୋବନରେ
ଭୋକ ସେକୁଥିଲା ମୋ ଦେହ
ଆଉ ମୁଁ ନା
ଗୃହସ୍ଥ ସବୁବେଳେ ବ୍ୟସ୍ତ
ବାଟଘାଟ ନାଇଁ କିଛି
ଯିବାକୁ ଆଉ କେଉଁଆଡେ!
ହଁ କବି,
ଥାଅ ତୁମେ
ତୁମର କବିତାରେ,
ତୁମର କବିତା ଅଛି
ଦେଖ ମୋଠି।
ରାଜେନ୍ଦ୍ର ଜାଣେ
ଜାଣେ ହର
ମୁଁ ମୋର ଥରଥର
ଆଉ ସମୟ ପୂରା ଅନ୍ଧାର!
2
ରେ ମଣିଷ!
ଖୋଜୁଥିଲି, ଖୋଜୁଛି,
ଖୋଜି ହେଉଛି ତତେ।
ଅକ୍ଷୟକୁ ପଚାରିଥିଲି ଥରେ,
ପାଇ ନ ଥିଲି କିନ୍ତୁ ଏପରି
ଆଉ ତୁ ୟାଡେ ସ୍ୟାଡେ!
ମୁଁ କଣ ଖୋଜିଛି ସତରେ
ମୋରି ଭିତରେ?
କହି ନାଇଁ ଦାମକୁ
ଶ୍ୟାମ ଉଠି ଗଲାଣି ପାଖରୁ।
ଟିକି ପିଲାଟି ମୁଁ
ଧସେଇ ପଶିଛି ସମୁଦ୍ର ଭିତରକୁ।
କାହିଁ ସମୁଦ୍ର? କାହିଁ? ?
କେତେ କଣ ନ ଅଛି ସମୁଦ୍ର ଭିତରେ!
ସମୁଦ୍ର ସମୁଦ୍ର କହିଲାବେଳେ
ସମୁଦି ହାଜର ମୋ ଘରେ।
ବୋହୂ ମୋର ଜଗିଛି ବାଟ,
ଆଉ ମୋଠୁ ଦୂରରେ ସବୁ ପାଠ।
ପାଠଶାଠ ଦିଅକ୍ଷର ନ ହେଲେ
କେମିତି କଣ ଜାଣିବ ମଣିଷ!
ନିଜପର ଭାବଅଭାବ
ଆଉ ଆଉ କହିବ ସମୟ
ମୋରି ସାମ୍ନାରେ ମୁରୁକି ମୁରୁକି
ହସୁଥିଲାବେଳେ ଏଇ ଅକ୍ଷୟ!
ଯିବାରେ ଇ ମୋର ଲୟ।
ତପୋବନ,ଟିଟିଲାଗଡ,ବଲାଙ୍ଗୀର
02/06/2020
This poem has not been translated into any other language yet.
I would like to translate this poem
A wonderful Odiya Poem dear elder brother! Beautifully penned...............10+++++++