ଗୋଟିଏ ରାତି, ମାତ୍ର ଗୋଟିଏ
ଗଜାନନ ମିଶ୍ର
ଗୋଟିଏ ରାତି,
ମାତ୍ର ଗୋଟିଏ ରାତି
ଆଉ ସେଇ ଗୋଟିଏ ରାତିରେ
ସବୁ ସବୁ ଓଲଟପାଲଟ ହୋଇଯାଇପାରେ ।
ପ୍ରିୟ କବି, ରାତିକୁ
ମୋର କୁହ ନା।
ରାତି କରେ ରାଜୁତି
ନିଜ ନିଡ ଭିତରେ
ଆଉ ରାତି ଉଜାଗର ରହି ବି
କିଛି ମିଳି ନ ପାରେ!
ରାତି କହିଲେ ଏମିତି କଣ ଯେ!
ରାତିକୁ ରାତି କହିବା ମହାନ ବିପଦ ସତରେ!
ରାତି ଅପେକ୍ଷାରେ ସମସ୍ତେ ଏଠାରେ।
ରାତି କିନ୍ତୁ ଥାଏ ନିର୍ଲିପ୍ତ ସଭିଙ୍କ ଭିତରେ।
ଜାଗ୍ରତ ରହି ରାତିରେ ଗୋଟି ଗୋଟି ଗଣିବା ତାରା
ଆଉ କହିବା ସତ ସତ ସମୟ ସାଥୀରେ।
ଏ ସମୟ ଆମର ଆଉ
ସମୟକୁ ଧରି ଆମେ ଇ
ଆଉ ଆମକୁ ଇ ଦେବାକୁ ହେବ
ନୂଆ ମୋଡ ରାତିର ଅସରନ୍ତି
ରଙ୍ଗୀନ ଆଲୁଅରେ।
ରାତିରେ ମିଳେ କେତେ
ରତିରସର ଆନନ୍ଦ କିଏ କହିପାରେ!
ନୂଆ ରାସ୍ତା ଫିଟେ ଜତୁଗୃହ ଭିତରୁ
ଆଉ ସେଇ ରାତିରେ
ପଡିଯାଏ ଜଣା ବିଜୟ ଲେଖା
କାହା ଭାଗ୍ୟରେ ।
ଗୋଟିଏ ରାତିରେ
ମାତ୍ର ଗୋଟିଏ ରାତିରେ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
15/04/2020
This poem has not been translated into any other language yet.
I would like to translate this poem