ମା 'ର ହାତ
ତୋ ହାତ ରନ୍ଧା ରୁଟି ରେ ଥାଏ ମୋର ପୁରା ପୃଥିବୀ
ସେଥିରେ ଭରିଥାଏ ମୋ ଶୈଶବର ମହମହ ବାସ୍ନା
ଏବେବି ଉଷୁମ ଶବ୍ଦ ଠାରୁ ଆବେଗ ଯାଏ
ତୋ ହାତରେ ମୋ ସମଗ୍ର ସ୍ମୃତି ଅଟକି ଥାଏ
ସମୟ ଅଟକି ଯାଏ ଆଉ ଇଛା ହୁଏ
ମୋ କବିତା ବାହାରକୁ ଦୌଡ଼ି ଯାଇ
ତୋତେ ମୋ ସ୍ୱପ୍ନରେ ଲୁଚାଇ ରଖନ୍ତି
This poem has not been translated into any other language yet.
I would like to translate this poem