ଜୀବନ ସରି ଆସିଲାଣି
ମୃତ୍ୟୁ ଅପେକ୍ଷାରେ ଏ ଶରୀର
ଦୁ: ଖକୁ ପିଇ ଯିବାକୁ ଆଉ ଶକ୍ତି ନାହିଁ
ସବୁ ଆଡେ ଅନ୍ଧକାର
ଦୂର ଦୂରାଂତ ପର୍ଯ୍ୟଂତ ଦେଖା ଯାଉନି ଆଶା ଓ ଆକାଂକ୍ଷା
ଜୀବନ ମରିଚୀକାରେ
ମୁଁ ଗୋଟେ ବାଟୋଇ
ହାରି ଯାଇଛି ସବୁ କିଛି
ଦିବା ଆଲୋକରେ ପ୍ରତାରଣା, ଦୁ: ଖର କୁହୁଡି
ସରି ଯାଇଛି ସବୁକିଛି
ମୃତ୍ୟୁ ଅପେକ୍ଷାରେ ଶରୀର
ହେ ଜୀବନ, ସହୃଦୟରୁ ଧନ୍ୟବାଦ
ଦେଇଛୁ ସବୁକିଛି, ବୁଝିବାକୁ ଏ ଜୀବନ କାହାଣୀ
ବିଦାୟ ପୁଣି ଥରେ
ଦେଖା ହେବ ଅନ୍ୟ ଏକ ଶରୀରେ
(C) ଡ. ସଦା ବିହାରୀ ସାହୁ /16/12/2024
This poem has not been translated into any other language yet.
I would like to translate this poem