କାର୍ତ୍ତିକ ପୁର୍ଣିମା ଆସିଛି ଆଜି
ଶଂଖ୍, ଘଂଟ, ଆରତୀ ରେ କମ୍ପୁଛି ମଂଦିର ସାଜି
ମାସ ମାନଙ୍କ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ
ଧର୍ମ ଉପାଜି ଓ ଭଲ କର୍ମ କରି ଆମେ ହେବା ଉତକୃଷ୍ଟ
ସକାଳୁ ଉଠି, ପ୍ରାତ ସ୍ନାନ କରି ଡଂଗା ଭସାଇବା ନଦୀରେ ଯାଇ
ଆ କା ମା ବୈ…ପାନ ଗୁଆ ଖାଇ..ପାନ ଗୁଆ ତୋର ମାସିକ ଧରମ ମୋର
ଭସାଇ ଦେଉ ଡଂଗା ଏଇ ବାରତା ଦେଇ
ଆମ ପରବ, ଆମ ପର୍ବାଣୀ ଆମ ଜନମ ଭୂଇଁ
ଜୀବନ ଦେବା ମା ଓ ମାଟି ସେବା କରି
ଘଣ୍ଟ ଘଣ୍ଟାରେ ଆମିଷ ତ୍ୟାଗ କରି
ଖୁସି, ଆନଂଦ ରେ ପାଳନ କରୁ ପୁଣ୍ଯ ମାସ ଭରି
ବ୍ଯବସାୟ ର ଦେଇ ବାରତା ବୋଇତ ବନ୍ଦାଣ କରି
ଜୀବନ ହେଉ ଧନ୍ଯ ଆମରି ଧର୍ମ୍, ସୁକର୍ମ ଓ ମାନବ ସେବା କରି
(C) ଡ୍. ସଦା ବିହାରୀ ସାହୁ
This poem has not been translated into any other language yet.
I would like to translate this poem