ରଙ୍ଗଣୀ ଫୁଲ ଭ୍ରମରର ଚୁମ୍ବନକୁ
ଅନୁଭବ କରି ଆଙ୍କିଥାଏ
ହୃଦୟରେ ପ୍ରେମ
ମନରେ ସାଇତି ରଖିଥାଏ
ଗଣଠୁଳିଏ ସ୍ମୃତି
ପୁଣି ସାଥି ଭ୍ରମରକୁ କହେ
ତମେ ମୋ ପ୍ରେମର ପବିତ୍ରତାକୁ
ସମ୍ମାନ ଦିଅ କି ନ ଦିଅ
ମୋ ପାଇଁ ଏହି ସମ୍ପର୍କ
ଏକ ଅଭୁଲା ସ୍ମୃତି
ଯୌବନର ନିଆଁରେ ବଳିତା
ହୋଇ ଜଳିଛି ତୁମ ପାଇଁ
ଜୀବନର ଶେଷ ବେଳରେ
ଆସ ମୁଁ ମୋ ପଣତରେ
ଘୋଡେଇ ଦେବୀ
ମୋ ବାକିଥିବା ଅମୃତକୁ ଦେଇ
ତ୍ରୁଷ୍ଟି କରିବି ତୁମ ଜୀବନକୁ
ଝଡି ପଡ଼ିବାର ଅନେକ ଆଗରୁ
**********************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
opyright @Dr. Bedadyuti Sahoo
This poem has not been translated into any other language yet.
I would like to translate this poem