କବିର ଭାବ Poem by Dr Bedadyuti Sahoo

କବିର ଭାବ

କବିକୁ କଲମ ପ୍ରୟୋଜନ ନାହିଁ
କଲମ ବିହୁନେ କବିତା ବୋଲଇ
ଭାବନା ରାଇଜେ କବି ବୁଲୁଥାଇ
ଭାବନା ନଥିଲେ କବିତା ନୁହଁଇ ।

ଭାତ ହାଣ୍ଡି ପେଜ ଉତୁରିଲା ପରି
କବିର ଭାବନା ଉଛୁଳେ ପରା
ଆଖିକୁ ଦେଖିଲେ ବୁଝିକି ହୁଅଇ
କବି ମନ ଖୋଲା ନଦିଏ ଧରା ।

କବିର କବିତ୍ଵ ବୁଝିବାକୁ ହେଲେ
କବିର ମନକୁ ପଢିବ ଜାଣି
ଅଳପ ବୁଝିବେ ଅବା ନବୁଝିବେ
କବି ଚାଲେ ମାଆ ଆଶିଷ ମଣି।
********************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo

COMMENTS OF THE POEM
READ THIS POEM IN OTHER LANGUAGES
Dr Bedadyuti Sahoo

Dr Bedadyuti Sahoo

Nahuni, Kendrapara, Odisha, India
Close
Error Success