ମୋ ଜନ୍ମ, ତୋ ପାଇଁ
ଆଉ କେତେ କାଳ ଅବା ବଞ୍ଚିବି
ଆଖି ଲୁହ ପଣତ ଘୋଡେଇ
ଗୁଣ୍ଡେ ଖାଇ, ଢୋକେ ପିଇ
କଅଣ ପାରିବି ମୁଁ ରହି? ।
ଶୂନ୍ୟ କୋଠରୀରେ ଅବାକରେ ଚାହିଁ
ସବୁ ଅରଜି ମୁଁ ନିଶ୍ବ ମଣଇ
ମାଗି ନିଏ ବେଳ ଉଚ୍ଛର ହେଲାଣି
ନିଶ୍ୱାସକୁ ଜାଣୁ ବିଶ୍ୱାସ ନାହିଁ
ବଞ୍ଚିବି ମୁଁ ଆଉ କାହା ପାଇଁ ।
କଳାମେଘ ଘୋଟିଲାଣି, ହେବକି ଦୂରେଇ?
ଜଞ୍ଜାଳ ଯାତନା ଯେତେ ଯନ୍ତ୍ରଣା
ଜୀବନ ଯାକ ଦୁଃଖ
ଏକଥା ଜାଣି ମୁଁ ସେଠି ପାରିବିନି ସହି
ରାବ ସୁଭିଲାଣି, ଡାକରା ଦେଲାଣି
ଡେରି କଲେ ତୁ ଯେ ପାଇବୁ ନାହିଁ ।
ସଂସାର ଶଗଡ଼, ବାଟ ଅଜଣା
ମନ ଜାଣି ମୋତେ ବଞ୍ଚାଇ ରଖିଛୁ
କାଠୁରିଆ ହୋଇ କାଠ କାଟୁଅଛି
ମୁଣ୍ଡ ଝାଳ ତୁଣ୍ଡେ ପିଇଣ ଜୀଇଁଛି
ଆଉ ପରା ଦେଖା ହୋଇବ ନାହିଁ ।
*******************************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo
This poem has not been translated into any other language yet.
I would like to translate this poem