ସ ହିତରେ ଯେ ସାହିତ୍ୟ
ଅଟେ ଅମୋଘ ଅସ୍ତ୍ର
ତରବାରୀ ଠୁ ସେ ଶାଣିତ
କରେ ଅଧର୍ମ ନାଶ ।
କଂସ, ରାବଣ ଠୁ ଶକ୍ତ ସେ
ପାରେ ବିନାଶ କରି
ଧର୍ମ ପାଶେ ରହି ଜିତଇ
ଶବ୍ଦ ଶରରେ ମାରି ।
କବି ଜାଣ ଯେ ସେ ନିର୍ଭିକ
ପାରେ ଚଢି ସେ ଶୃଙ୍ଗ
କଲମ ଆହୁଲା ମାରି ସେ
ସୃଷ୍ଟି କରେ ତରଙ୍ଗ ।
ଶବ୍ଦ ଛନ୍ଦ ମଧ୍ୟେ ପାରଇ
କରି ପର ଆପଣା
କବି ପୁଣି କୁଟ କପଟୀ
କରି ପାରେ ସେ ବଣା ।
ପରକୁ ଆପଣା କରିବା
କବି ପାଶେ ଯେ ସାଧ୍ୟ
ମନ ଲୋଭା ଶବ୍ଦ ପୁଞ୍ଜରେ
ପାରେ ସମୁଦ୍ରେ ବନ୍ଧ ।
କବି ଯେ ଅନ୍ୟର ବିଶ୍ୱାସୀ
ବଂଚେ ସ୍ନେହ ପ୍ରୀତିରେ
ପୁଣି କବି ଧରେ କଲମ
ଦେଶ ବଂଚାଇବାରେ ।
କବି କଲମରେ ପୀରତି
ଯୋଡ଼େ ଦମ୍ପତି ମନ
ବୃଦ୍ଧକାଳେ ଭରେ ଜୁଆନ
ପୁଣି ଧନୀ ନିର୍ଧନ ।
କବି ସତ୍ୟ ପଥେ ଚାଲଇ
ବଂଚି ବଂଚାଏ ଦେଶ
ନହେଲେ ଜନତା ମଣିବେ
ହୋଇ ହା ହତାଶ ।
****************
ଡ଼କ୍ଟର ବେଦଦ୍ୟୁତି ସାହୁ
କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
Copyright @Dr. Bedadyuti Sahoo
This poem has not been translated into any other language yet.
I would like to translate this poem