ସର୍ପିଳ ରାସ୍ତା
ଅର୍ଦ୍ଧ-ଆଲୋକିତ ଡାଇନିଂ ଟେବୁଲ ଚାରି କଡେ ସେମାନେ ବସିଥିଲେ,
ପରିବାରର ପୁରୁଷ ମୁଖିଆମାନେ ଫୁସଫୁସ ସ୍ୱରରେ କଥା ହେଉ ଥିଲେ l
କେବଳ ବୃକ୍ଷ ର ପାକଳ ଫଳ ମାନଙ୍କର ଝର୍କା ରେ ପିଟିହେଉଥିବାର ଶବ୍ଦ
ସେମାନଙ୍କ ଗମ୍ଭୀରତା ଭିତରକୁ ପଶି ଆସିବାକୁ ସାହସ କରୁ ଥିଲା l
ମୁଁ କିଛି ନାରୀ କଣ୍ଠର ଅନୁସରଣ କରି
ଅନ୍ଧାରୁଆ ପଥ ଦେଇ ବିରାଟ ରୋଷ ଘରେ ପହଂଚିଲି,
ଯେଉଁଠି ସୂର୍ଯ୍ୟ ରଶ୍ମି ବିଛୁଡି ପଡିଥିଲା
ଆଉ ସୁଗନ୍ଧିତ ମସଲା ରୁଟି ର ବାସ୍ନା ରେ ମହକୁ ଥିଲା l
ଅନ୍ୟ ମାନଙ୍କ ଅଜାଣତରେ ମୁଁ ରୋଷେଇ ଘରକୁ ସଂଯୁକ୍ତ
କୋଠରୀକୁ ପଶି ଆସିଲି ଯେଉଁଠି ଶେଜ ଧାରରେ
ମସ୍ତିସ୍କ ଟିଉମର ରେ ସଦ୍ୟ ଅନ୍ଧତ୍ୱ ଲଭି ଥିବା ସୁନ୍ଦରୀ ତରୁଣୀ
ବିଷର୍ଣ୍ଣ ମୁଦ୍ରା ରେ ବସିଥିଲେ l ମୁଁ ମୋର ସମବେଦନା ଭରା ହାତଟିକୁ
ତାଙ୍କ ଆଡକୁ ବଢ଼ାଇ ଦେଲି l ମୁଁ ତାଙ୍କ ହାତ ଧରିବା ପୂର୍ବରୁ
ଜଣେ ମାଉସୀ ମୋତେ ଦେଖି ପକାଇଲେ
ଓ ତରବର ରେ ମୋତେ ଆଲୋକ ଆଡକୁ ଭିଡି ନେଲେ l
@Bharati Nayak
This poem has not been translated into any other language yet.
I would like to translate this poem