ଶ୍ରୀମତୀ ଡି ବି ମାର୍ଟିନ
ମା' ଜୋର କରି ମୋ ହାତକୁ ଭିଡ଼ି ନେଉଥିଲେ
ମୁଁ ରାସ୍ତା ସାରା କାନ୍ଦି ଫଟାଉ ଥିଲି l
ଯେଉଁ ଶିକ୍ଷୟିତ୍ରୀ ପ୍ରଥମ ଶ୍ରେଣୀ କକ୍ଷ କୁ ନିର୍ଦେଶ କଲେ
ମା' ତାଙ୍କ ଦାୟିତ୍ୱ ରେ ମୋତେ ଛାଡି ଦେଲେ l
ସେ ମହିଳାଙ୍କ ସ୍ୱର ଥିଲା ଦୃଢ l
ମୋତେ ସେ ଟେବୁଲ ଉପରେ ବସାଇଦେଲେ
ଆଉ ମୋ ହାତରେ କଣ୍ଢେଇ ଟିଏ ଧରେଇ ଦେଲେ
କହିଲେ, ଦେଖ, ଯେଉଁମାନେ କାନ୍ଦନ୍ତି, ସେମାନଙ୍କ ପାଇଁ
ଏଇ କଣ୍ଢେଇ ଓ ଏଇ ରୁମାଲ!
ଦେଖିଲି, ମା ଚାଲି ଯାଉଛନ୍ତି,
ମୁଁ ମୋର କାଂଦୁରl ଓଠଟିକୁ ଚାପି ଧରିଲି,
ଯେମିତି ହେଉ ପଛେ, ଆଜି ଦିନଟି ଭଲରେ ଯାଉ,
କାରଣ ମୁଁ ମିସେସ ମାର୍ଟିନଙ୍କର ଚିତ୍କାର ଯେମିତି ନ ଶୁଣେ!
ସମୟ କ୍ରମେ ମୁଁ ମୋର ସ୍ଥିତି କୁ ଦୃଢ କରିନେଲି
ପରୀକ୍ଷାରେ ଅନେକ ତାରକା ପାଇଲି
ମିସେସ ମାର୍ଟିନ ଙ୍କ ଠାରୁ ସଂଗୀତ ଶିଖିଲି
ସୁନ୍ଦର ଗଳାରେ ଗୀତ ଗାଇଲି l
ପ୍ରାଥମିକ ସ୍କୁଲ ଓ ପ୍ରଥମଶ୍ରେଣୀ ଶିକ୍ଷୟିତ୍ରୀଙ୍କ ଠାରୁ
ବିଦାୟ ନେବାର ମୁହୂର୍ତ୍ତ ଆସିଲା!
ମୁଁ ତାଙ୍କୁ ବିଦାୟର ହାତ ହଲେଇଲି
ଫେରି ଚାହିଁ ଦେଖେ ତ ମିସେସ ମ୍ୟାର୍ଟିନଙ୍କର ଆଖିରେ ଲୁହ!
@Bharati Nayak
This poem has not been translated into any other language yet.
I would like to translate this poem