ଏତିକିବେଳେ
ସତରେ
ମୋର ଇ ଆସିବାର ଥିଲା।
ଏତିକିବେଳେ
ମୁଁ ଇ ଥିଲି କେବଳ
ସାହସ ବାନ୍ଧି ଏଠି।
ଏତିକିବେଳେ
ଏକା ମୋର
ଶୁଣିବାର ଥିଲା
ତୁମର ସବୁ
ସତମିଛ କାହାଣୀ।
ଏତିକିବେଳେ
ମୋର ଇ
ପୁଣି କହିଦେବାର ଥିଲା
କିଏ ଅଛରେ ପ୍ରହରୀ
ଥାଅ ସେଠି ଜଗି
କିଏ ଯେମିତି
ନ ପଳାଏ କେଉଁଆଡେ।
ଏତିକିବେଳେ,
ଠିକ୍ ଏତିକିବେଳେ
ଗଲାବେଳେ ମୁଁ
ଦେଖାଉଥିଲ ତୁମେ
ପ୍ରକାର ପ୍ରକାର ଚିତ୍ର
ଯୋଉଥିରେ ନ ଥିଲା
ଆମ କାହାରି ହସ୍ତାକ୍ଷର।
ଏତିକିବେଳେ ଇ ଠିକ୍
ଆକାଶକୁ ପଚାରିବାର ଥିଲା।
କିନ୍ତୁ ହେଲା ନି କିଛି
କେତେବେଳେ ବି
କୋଉଠି ବି।
This poem has not been translated into any other language yet.
I would like to translate this poem