ଶୂନ୍ୟଚୌକି ସମୂହ (A Translation Of Adiela Akoo's Poem) Poem by Bharati Nayak

ଶୂନ୍ୟଚୌକି ସମୂହ (A Translation Of Adiela Akoo's Poem)

ଶୂନ୍ୟ ଚୌକି ସମୂହ



ମୁଁ ବସିଥିବା ଟେବୁଲ ର

ସାମ୍ନା ରେ ଶୂନ୍ୟଚୌକି

ମୋ ମନ ଆଇନାରେ ଭାସିଉଠନ୍ତି

ସେଇମାନେ, ଯେ ଦିନେ

ଏଇ ଚୌକିମାନଙ୍କରେ ବସିଥିଲେ l

ସେମାନଙ୍କ ହାସ୍ୟ ରୋଳର କମ୍ପନ

ଭାସି ବୁଲୁଚି ଯେମିତି

ଏଇ ବାୟୁମଣ୍ଡଳ ରେ,

ସେମାନଙ୍କ ଭାଷା ଓ ଅନ୍ତରଙ୍ଗ କଥୋପ କଥନ

ଧୀରେ ଧୀରେ ମିଳେଇ ଯାଉଛି l

ମୁଁ ଏକଲା ବସିଛି

ଶୂନ୍ୟ ଚୌକିକୁ ଚାହିଁ

ଆଉ, ସେମାନଙ୍କ ନ ଥିବାର ଶୂନ୍ୟତାକୁ

ଜାବୋଡି ଧରି l
@Bharati Nayak

Friday, October 31, 2025
Topic(s) of this poem: life,memories
POET'S NOTES ABOUT THE POEM
This is my Odia translation of the poem 'Empty Chairs' by South African Poet Adiela Akoo from her book 'Lost In A Quatrain '
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success