ଭାରତୀ ଙ୍କ ସୃଷ୍ଟି ସମ୍ଭାର...
ମାଟି ଆକାଶ
ସାଗର ସୈକତ
ଆଉ ବର୍ଷା ର
ବିନ୍ଦୁ ବିନ୍ଦୁ ସଜଳ ସ୍ମୃତି
ସବୁର ଚିରନ୍ତନ ବଳୟରେ
ଭାରତୀ ଙ୍କ ଅନବଦ୍ୟ ସୃଷ୍ଟି! !
ସକାଳର ସୂର୍ଯ୍ୟାଲୋକ ପରି ସ୍ପଷ୍ଟ, ପବନ ପରି ନିର୍ମଳ, କାକର ବୁନ୍ଦା ପରି ସ୍ଵଚ୍ଛ, ଆଉ ପାହାଡୀ ଝରଣା ପରି ତରଳ ଭାରତୀଙ୍କ ସୁକୁମାରୀ କବିତା ର ଗୁଚ୍ଛ! ରଚନାରେ କୃତ୍ରିମତା ନାହିଁ, ବର୍ଣ୍ଣନାରେ ବାକ ଚାତୁରୀ ନାହିଁ, ଭାଷାର କ୍ଳିଷ୍ଟତା ନାହିଁ, ଶବ୍ଦର ଅତିଶୟତା ମନକୁ ଭାରାକ୍ରାନ୍ତ କରେ ନାହିଁ | ଘାସଫୁଲ ଠାରୁ ନମ୍ରତା, ନକ୍ଷତ୍ର ଠାରୁ କମନୀୟତା ଆଉ ସାଗର ଠାରୁ ବିଶାଳତା ନେଇ କବିତା ଗୁଡିକ ତାଙ୍କର ସ୍ଵଚ୍ଛନ୍ଦ ସାବଲୀଳ ଗତିରେ ଗତିଶୀଳ | ବିନ୍ଦୁରୁ ଉତ୍ପତ୍ତି ହୋଇ ବଳୟ ର ବ୍ୟାପ୍ତି ଭିତରେ ସେ ଉତ୍କର୍ଷତାର ସନ୍ଧାନରେ ଲିପ୍ତ | କବିଙ୍କ ପ୍ରତିଟି ଦର୍ଶନ, ଶ୍ରବଣ, ସ୍ପର୍ଶ ଆଉ ଅନୁଭବ କବିତା ହୋଇ ଝରି ଆସିଛି ସ୍ଵାଭାବିକ ଭଙ୍ଗୀ ରେ | ସତେ ଯେମିତି କବିତା ନିଜେ ନିଜକୁ ଲେଖାଇ ନେଇଛି ଭାରତୀ ଙ୍କୁ କଷ୍ଟ ନଦେଇ | ତତ୍ତ୍ଵ ନାହିଁ, ଦର୍ଶନ ନାହିଁ, ରହସ୍ୟମୟତା ନାହିଁ ଅଥଚ ଅଛି ପ୍ରକୃତି ର କୋମଳ ବିନ୍ୟାସ, ମାଟିର ଅପୂର୍ବ ସମ୍ମୋହନ, ଆକାଶର ଗଭୀର ଲୋଡିବାପଣ ଆଉ ସମୁଦ୍ରର ତୀବ୍ର ଆକର୍ଷଣ, ଯାହା ପାଠକ କୁ ମୃଦୁ ଆହ୍ଵାନରେ ବାଟ କଢାଇ ନିଏ ଆଗକୁ ଆଗକୁ | କେଉଁଠି ସାଗରର ମନ୍ଦ୍ର ମଧୁର ତରଙ୍ଗାୟିତ ଆଲୋଡନ ତ କେଉଁଠି ଫଗୁଣର ପୁଷ୍ପିତ ଅଭିସାର, ଆଉ କେଉଁଠି ଅକ୍ଷର ଆଉ ଶବ୍ଦ ମାନଙ୍କର 'ମତେ ଛୁଉଁ' ଖେଳ | ଏକ ମୁଗ୍ଧ ଅନୁଭବର ଆବେଶରେ ପାଠକ ବେଶ କିଛିକାଳ ନିଜ ଅଜାଣତରେ ରହିଯାଏ | କବିତାର ଶେଷ ପାଦରେ ପହଞ୍ଚି ପୁଣିସେ ପ୍ରଥମ ଧାଡିକୁ ଖୋଜି ବସେ | ଏହିଠାରେ ହିଁ ଭାରତୀଙ୍କ କାବ୍ଯିକ ପରାକାଷ୍ଠା ସ୍ପଷ୍ଟ ପ୍ରତିପାଦିତ |
ଜଣେ ଦ୍ଵିଭାଷୀ କବି ଭାବରେ ପରିଚିତ ଭାରତୀ ଇଂରାଜୀ କବିତା ପରି ଓଡିଆ କବିତା ଜଗତରେ ନିଜ ସ୍ପଷ୍ଟ ସ୍ଵର ଶୁଣାଇବେ ଏହା ନିଃସନ୍ଦେହ |
This poem has not been translated into any other language yet.
I would like to translate this poem
Soil gives fragrance and hope of living as we get all crops from soil. Rain nourishes all giving water. This poem is excellent one. Thank you very much for sharing.