ମୋ ଆରାମପାଇଁଝାଳ ବୁହାଉ ଥିବା ଲୋକଙ୍କ ସପକ୍ଷରେ (A Poem In Odia Language) Poem by Bharati Nayak

ମୋ ଆରାମପାଇଁଝାଳ ବୁହାଉ ଥିବା ଲୋକଙ୍କ ସପକ୍ଷରେ (A Poem In Odia Language)

Rating: 5.0

ମୋ ଆରାମପାଇଁଝାଳ ବୁହାଉ ଥିବା ଲୋକଙ୍କ ସପକ୍ଷରେ

ନୂଆ ଚିକମିକ ଘର
ପ୍ରତିଷ୍ଠା ପରେ
ଆତ୍ମଗର୍ବରେ ଫୁଲି ଉଠୁଥିବା ମୁଁ
ଯେତେବେଳେ
ଘର ସାମ୍ନା ରାସ୍ତାରେ ଚାଲି ଚାଲି ଯାଏ
ନିରଧୂମ ଖରାରେ
ଧୂଆଁ ତାତି, ଧୂଳି ସହ
ଏକାକାର ହୋଇ
ଗୋଡି ବୋହିବା, ମାଟି ହାଣିବା
ଆଲକାତରା ତତେଇବା କାମରେ
ଲହୁ ଲୁହାଣ ହୋଇ ଖଟୁ ଥିବା
ଦିନମଜୁରିଆ ମାନେ
ମଥା ତୋଳି ଯେତେବେଳେ
ମୋ ଶାଡୀ, ସାଣ୍ଡାଲ
ଭାନିଟି ବ୍ୟାଗକୁ
ଡବ ଡବ ଆଖିରେ ଚାହାନ୍ତି
ମୁଁ ଚିନହେନି
କେଉଁମାନେ କେଇଦିନ ଆଗେ
ମୋ ଘର ତିଆରିରେ
ଇଟା, ବାଲି, ସିମେଣ୍ଟବୋହି ଥିଲେ
କିଏ ଲୁହା କାଟିଥିଲେ
କିଏ ରଙ୍ଗ କରିଥିଲେ

ଇଟା ପଥର ଭାରରେ
ପାଲଟି ଥିବା କୂର୍ମମାନଙ୍କ
ଝୋପଡ଼ିଘର ମାନ
କୋଠା ଘରର ଅନତିଦୂରରେ
ଠିଆ ହୋଇ ଥିଲା
କାନ୍ଥ କବାଟ ବିହୀନ
ବାଉଁଶ ଖଣ୍ଡେ ଅବା ତାଟି ପଲିଥିନର ସାହାରାରେ
ସେଠି ବୁଲା କୁକୁର, ବିଲେଇ ଆଉ କାଉ ହାଉ ଯାଉ
ଅନାହାର ରୋଗକ୍ଲିଷ୍ଟ ଝୋପଡ଼ି ବାସିନ୍ଦା ମାନେ
ସେମାନଙ୍କ ଦୁର୍ବଳ ଶରୀର କୁ ଟାଣି ଟାଣି
ଗଢୁଥିଲେ ଇମାରତ
ଗୋଟିଏ ପରେ ଗୋଟେ
ଖାସ ଆମ ପାଇଁ l

Friday, January 5, 2018
Topic(s) of this poem: labour
POET'S NOTES ABOUT THE POEM
Please bear with some spelling errors that I could not rectify with the available Odia typing software.
COMMENTS OF THE POEM
Dr Dillip K Swain 06 January 2018

'ମୋ ଆରାମପାଇଁଝାଳ ବୁହାଉ ଥିବା ଲୋକଙ୍କ ସପକ୍ଷରେ' କବିତାରେ ଆପଣ ବାସ୍ତବତାର ରୂପ ଦେଇଛନ୍ତି! ସତରେ ଆମେ କେତେ ସହଜରେ ବୁଲିଯାଏ ସେମାନଙ୍କର ତ୍ୟାଗ! କବିତାଟି ହୃଦୟସ୍ପର୍ଶି....ଚମତ୍କାର ଶୀର୍ଷକ......A touching piece of poetry…10

1 0 Reply
Kumarmani Mahakul 06 September 2020

This poem is very impressive and heart touching. The inscription you made is sedate. A sympathetic picture is being amazingly painted. Really this is a beautiful poem. Visited and again.

0 0 Reply
Kumarmani Mahakul 23 February 2018

ଏକ ହ୍ରୁଦୟସ୍ପର୍ଶୀ ବାସ୍ତବ ଚିତ୍ର ଦକ୍ଷତାର ସହିତ ଆପଣ ଉପସ୍ଥାପିତ କରିଛନ୍ତି. ଏ ଗୀତର କେତୋଟି ପଙ୍କ୍ତି ମୋ ହ୍ରୁଦୟଆକାଶକୁ ଆନ୍ଦୋଳିତ କରୁଛି. ତା ହେଲା........... ଅନାହାର ରୋଗକ୍ଲିଷ୍ଟ ଝୋପଡ଼ି ବାସିନ୍ଦା ମାନେ ସେମାନଙ୍କ ଦୁର୍ବଳ ଶରୀର କୁ ଟାଣି ଟାଣି ଗଢୁଥିଲେ ଇମାରତ ଗୋଟିଏ ପରେ ଗୋଟେ ଖାସ ଆମ ପାଇଁ l ବହୂତ୍ ଧନ୍ୟବାଦ୍ ମାନନୀୟା କବ୍ୟୟତ୍ରୀ ମହାଶୟା.

0 0 Reply
Suratha Kumar Rout 10 February 2018

Really workers are very important role us. I salute them. Thank you poet for shared. 10+++

0 0 Reply
??? ?????? ???? 15 January 2018

ଅତି ନିଖୁଣ ଭାବରେ ସେମାନଙ୍କୁ ଲକ୍ଷ୍ୟ କରି କବିତା ରେ ଦେଇ ଛନ୍ତି ଜୀବନ । ବହୁତ ବଢିଆ । ମନ କୁ ଛୁଇଁ ଗଲା । ଏଇ ଦରଦି ମଣିଷ ମାନଙ୍କ ପାଇଁ ଦିପଦ ।

0 0 Reply
Subhas Chandra Chakra 09 January 2018

A very sensible cry for the poor proletariat so beautifully crafted with every word appropriate and appreciable. 10+++++ for the sharing. Subhas

1 0 Reply
READ THIS POEM IN OTHER LANGUAGES
Close
Error Success