ମରିଯିବା ଭଲ
ଗଜାନନ ମିଶ୍ର
ଆମ ନଜ ମାଟିରେ
ବିନା ମା ଭାଷାରେ
ଜୀବନ ଧାରଣ
କରିବା ଅପେକ୍ଷା
ମରିଯିବା ଭଲ।
ସରକାର ଆସିବେ
ସରକାର ଯିବେ
କିନ୍ତୁ ଆମେ ସବୁ ସମୟ ପାଇଁ
ଏଠାରେ ନିଜ ପରିଚୟ ଦେଇ
ମା ଭାଷାରେ।
ଆଉ ଆମେ ଆମ
ଭାଷା ବିନା ଅନ୍ୟ
ଉନ୍ନତିର ସଂଜ୍ଞା
ଜାଣି ନାହୁଁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/3/2019