ଏଠି ମୁଁ- ସତ୍ୟ,
ମତେ ଦେଖୁଛ ତୁମେ - ସତ୍ୟ,
ଉଚ୍ଚାରଣ କରୁଛି ଶବ୍ଦ - ସତ୍ୟ,
ମତେ ଶୁଣୁଛ ତମେ - ସତ୍ୟ।
ମୋ ସୁନାମ - ସତ୍ୟ,
ତୁମର ଅନୁଭବ - ସତ୍ୟ,
ଆବଶ୍ୟକ ସହିତ ମୁଁ ଜଡିତ,
ଆବଶ୍ୟକ ସତ୍ୟ।
ମୋ ସ୍ଥିତି - ସତ୍ୟ,
ମୋ ଅସ୍ଥିତି ମଧ୍ୟ ସତ୍ୟ।
ହଁ କହିପାର
ନା କହିପାର,
ସତ୍ୟ ସଦା ସତ୍ୟ
ଆଉ ମୁଁ ସେଇଠି।