ଘରୁ ଭଟାକେ ଟିକେ ବାହାରିଲେ,
ଫିରି ଆସୁଛେଁ ବଡା କଲବଲେ,
ଦିହିଁ ପୁଡି ଯାଉଛେ ଖରା ର ବଲେ,
ପାଏନ୍ ସୁଖି ଗଲାନା ନଇ ନାଲେ ।
ପୁତା, ଏବେ କେନ୍ତା ଲାଗୁଛେ?
ଖରା ଚିଅଁଉଛେ?
ଗଛପତର୍ ସବୁ ମାରି ଦେଲ,
ପଶୁପକ୍ଷୀ ତ ପୁଡେଇ ଖାଏଲ,
ଗାଡିମଟର୍ ସଭେ ତ ଚଢଲ,
ଆଗର କଥା କେ ନେଇ ଭାବ୍ ଲ ।
ପୁତା, ଏବେ କେନ୍ତା ଲାଗୁଛେ?
ଖରା ଚିଅଁଉଛେ?
ଚାଲ ଜଗାମା ଗଛପତର୍,
ହସିଉଠବା ଆମର୍ ଡଙ୍ଗର୍,
ଜଙ୍ଗଲ୍ ସବୁ ହେବେ ଅମର୍,
ଆଉ ନେଇ ରହେ ଖରାର୍ ଡର୍ ।
ପୁତା, ଆଗ୍ କେ କେନ୍ତା ଲାଗବା?
ଖରା ଆରୁ ନେଁଇ ଚିଆଁଏ, ବବା ।
This poem has not been translated into any other language yet.
I would like to translate this poem
Very nice poem on deforestation and summer having thrilling expression. We must save forest and trees around us. Dear Nanda, you have nicely and captivatingly depicted this picture in your poem. Many thanks dear Nanda, keep the ball rolling...10